Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପିତା ଗିରଫ

ରାୟପୁର,୭।୯: ବ୍ରାହ୍ମଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଘେଲଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀରୁ ରାୟପୁର ପୋଲିସ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ରାୟପୁର ଅଣାଯାଇଛି କୋର୍ଟରେ ହାଜର କରାଯାଉଛି। ସୂଚନାଯୋଗ୍ୟ, ନନ୍ଦ କୁମାର ବ୍ରାହ୍ମଣଙ୍କୁ ବିଦେଶୀ କହିଥିଲେ। ଏହାପରେ ପରେ ତାଙ୍କ ବିରୋଧରେ ରାୟପୁରର ଡିଡି ନାଗର ପୋଲିସ ଷ୍ଟେଶନରେ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏଫଆଇଆର୍‌ ପଞ୍ଜୀକୃତ ହେବା ପରେ ତାଙ୍କ ଗିରଫଦାରୀ ହେବ ବୋଲି କୁହାଯାଉଥିଲା।

Share