Categories: ଜାତୀୟ

ଇଡିର ବଡ଼ ଦାବି: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମହାଦେବ ବେଟିଂ ଆପ୍‌ ପ୍ରମୋଟର୍ସ ଦେଇଛନ୍ତି ୫୦୮ କୋଟି

ରାୟପୁର,୩।୧୧: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିବାଦରେ ଛନ୍ଦି ହୋଇଛନ୍ତି। ୟୁଏଇର ମହାଦେବ ବେଟିଂ ଆପ୍‌ର ପ୍ରମୋଟରମାନେ ମୁଖ୍ୟମନ୍ତ୍ରୀଙ୍କୁ ଏଯାବତ ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବଡ଼ ଦାବି କରିଛି। ଏନେଇ ଜଣେ ଟଙ୍କା ନେଣଦେଣ କରୁଥିବା ବ୍ୟକ୍ତି ଅସୀମ ଦାସଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଏହି ବିଷୟ ତଦନ୍ତ ସାପେକ୍ଷ ବୋଲି ଇଡି କହିଛି। ତେବେ ଅସୀମଙ୍କ ନିକଟରୁ ୫.୩୯ କୋଟି ଟଙ୍କା ଜବତ କରାଯିବା ପରେ ଇଡି ତାଙ୍କୁ ଗିରଫ କରିଛି।

କହିରଖୁଛୁ, ଛତିଶଗଡ଼ ନିର୍ବାଚନ ଲାଗି ବର୍ତ୍ତମାନ ପ୍ରଚାର ଚାଲିଛି। ରାଜ୍ୟର କଂଗ୍ରେସ ସରକାରଙ୍କୁ ଭାଜପା କ୍ରମାଗତ ଭାବେ ଟାର୍ଗେଟ କରୁଛି। ଏସବୁ ମଧ୍ୟରେ ସିଏମ୍‌ଙ୍କୁ ନେଇ ଇଡିର ବଡ଼ ଦାବି ଚର୍ଚ୍ଚାର ବିଷୟ ପାଲଟିଛି।

Share