Categories: ଜାତୀୟ

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨୧।୭: ପଞ୍ଜାବୀ ଓ ଜାଟ୍‌ ସମ୍ପ୍ରଦାୟଙ୍କୁ ନେଇ ଏବ ବିବାଦୀୟ ଟିପ୍ପଣୀ ଦେଇଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ। ଏବେ ଏହାକୁ ନେଇ ସେ କ୍ଷମା ମାଗିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଅଗରତାଲା ପ୍ରେସ୍‌ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଁ ପଞ୍ଜାବୀ ଓ ଜାଟ୍‌ ସମ୍ପ୍ରଦାୟର ଭାଇମାନଙ୍କୁ ନେଇ ଅନ୍ୟମାନଙ୍କ ଭାବନା ସମ୍ପର୍କରେ ଆଲୋଚନା କରିଥିଲି। ହେଲେ କୌଣସି ସମ୍ପ୍ରଦାୟକୁ ଆଘାତ ପହଞ୍ଚାଇବା ମୋର ଲକ୍ଷ୍ୟ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ମୁଁ ଉଭୟ ସମ୍ପ୍ରଦାୟକୁ ନେଇ ଗର୍ବ କରେ। ନିଜେ ବି ଏମାନଙ୍କ ସହ ବହୁ ସମୟ କାଟିଛି। ଯଦି ମୋ ବୟାନ କାହାକୁ ଆଘାତ ଦେଇଛି ସେଥିପାଇଁ ମଁୁ ବ୍ୟକ୍ତିଗତ ଭାବେ କ୍ଷମା ମାଗୁଛି ବୋଲି ସେ କହିଛନ୍ତି।

Share