ଇମ୍ଫାଲ,୨୧।୭: ମଣିପୁରରେ ଆଦିବାସୀ ସମ୍ପ୍ରଦାୟର ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ଏଯାବତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରାଜ୍ୟ ପୋଲିସ ଚଢ଼ାଉ ଜାରି ରଖିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କହିଛନ୍ତି ଯେ ଭିଡିଓ ସାମ୍ନାକୁ ଆସିବା ପରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରୟାସ ଆରମ୍ଭ କରାଯାଇଥିଲା। ଖୁବ୍ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ତେବେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫାଶୀ ଦିଆଯିବାକୁ ଦାବି କରାଯିବ ବୋଲି ସେ କହିଛନ୍ତି।