Categories: ଜାତୀୟ

ଘରୋଇ ଡାକ୍ତରଖାନାର ଲାଇସେନ୍ସ ହେବ ରଦ୍ଦ!

ବେଙ୍ଗାଲୁରୁ,୧୩।୭: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କିଛି ରାଜ୍ୟରେ ଏମାନଙ୍କ ଚିକିତ୍ସା ପାଇଁ ବେଡ୍‌ କମ୍‌ ଥିବା ପରିଲକ୍ଷିତ ହେଲାଣି। ଏପରିସ୍ଥଳେ ଘରୋଇ ଡାକ୍ତରଖାନା ଓ ଘରୋଇ ମେଡିକାଲ କଲେଜକୁ କୋଭିଡ-୧୯ ପାଇଁ ଛାଡି ଦେବାକୁ କୁହାଯାଇଛି। ହେଲେ ଅନେକେ ଏଥିରେ ରାଜି ହେଉ ନ ଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡ. ସିଏନ ଅଶ୍ୱଥ ନାରାୟଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ନିବେଦନ କରିଛନ୍ତି। ସେ କହିଛନ୍ତି ଯେଉଁ ଘରୋଇ ଡାକ୍ତଖାନା ଓ ଘରୋଇ ମେଡିକାଲ କଲେଜ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସେମାନଙ୍କର ୫୦ ପ୍ରତିଶତ ଶଯ୍ୟା ପ୍ରଦାନ କରୁ ନାହାନ୍ତି ସେମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share