Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ୍‌ କଲେ ଶାହା

ଲୁଧିଆନା,୧୩।୨: ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ ସେ କିପରି ପଞ୍ଜାବକୁ ସୁରକ୍ଷିତ ରଖିବେ ବୋଲି ପଞ୍ଜାବର ଲୁଧିଆନା ସହରରେ ରବିବାର ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ୍‌ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚନ୍ନି ୨ଟି ଆସନରୁ ନିର୍ବାଚନ ଲଢୁଥିବାରୁ ତାଙ୍କୁ ସମାଲୋଚନା କରି ଶାହା କହିଛନ୍ତି, ଚନ୍ନି ପଞ୍ଜାବରେ କଂଗ୍ରେସ ସରକାର ଗଢିବାର ସ୍ବପ୍ନ ଦେଖୁଛନ୍ତି। ସେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଯିଏ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ମାର୍ଗ ଯୋଗାଇ ପାରିଲେ ନାହିଁ। ସେ ପଞ୍ଜାବକୁ କିପରି ସୁରକ୍ଷିତ ରଖିବେ ବୋଲି ଶାହା ପ୍ରଶ୍ନ କରିଥିଲେ। ଭାଜପା ଓ ତାଙ୍କ ସହଯୋଗୀ ହିଁ ପଞ୍ଜାବକୁ ସୁରକ୍ଷା ଦେଇପାରିବ ବୋଲି ଶାହା କହିଥିଲେ।

ଅନ୍ୟପକ୍ଷରେ, ଭାଜପା ପଞ୍ଜାବରେ ସରକାର ଗଠନ କରିବା ପରେ ରାଜ୍ୟର ୪ଟି ସହରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ଶାହା କରିଥିଲେ। ଏପରି କି ଡ୍ରଗ୍ସ କାରବାରକୁ ରୋକିବା ପାଇଁ ରାଜ୍ୟର ପ୍ରତ୍ୟେକ ଜଲାରେ ଟାସ୍କଫୋର୍ସ ଗଠନ କରିବାକୁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Share