ଷୋଡଶ ଅର୍ଥ କମିଶନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଆଗାମୀ ପାଞ୍ଚ ବର୍ଷ ପାଇଁ କଲେ ଏତିକି କୋଟି ଦାବି

ଭୁବନେଶ୍ୱର,୬।୧: ୨୦୨୬-୩୧ ବର୍ଷ ପାଇଁ ରାଜ୍ୟ ସରକାର ଓଡିଶା ପାଇଁ ୧୨,୫୯,୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ଶ ଅର୍ଥ କମିଶନଙ୍କ ସହିତ ଆଲୋଚନା ପରେ ଗଣମାଧ୍ୟମ ଆଗରେ ବିବୃତ୍ତିରଖି ଏହା କହିଛନ୍ତି।
ରାଜ୍ୟ ସରକାରଙ୍କ ଦାବିର ସାରାଂଶ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ (Pre Devolution Revenue Deficit) ଭରଣା ପାଇଁ ୯,୮୮,୪୨୨ କୋଟି ଟଙ୍କା,  ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା (ଝଗ୍ଧବଗ୍ଧର ଝକ୍ଟ୍ରରମସଲସମ ଘରରୟଗ୍ଦ) ପୂରଣ ପାଇଁ ୧,୧୦,୪୩୪ କୋଟି ଟଙ୍କା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକାଲ ବଡି ମାନଙ୍କ ପାଇଁ ଅନୁଦାନ ବାବଦରେ ୧, ୦୦,୦୩୬ କୋଟି ଟଙ୍କା, ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୧,୦୦୪ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨୯,୨୫୨ କୋଟି ଟଙ୍କା ଦାବି ରଖା ଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କମିଶନଙ୍କ ସହିତ ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ଉପରେ ଆମେ ଗଠନମୂଳକ ଆଲୋଚନା କରିଛୁ। ରାଜ୍ୟର ବିକାଶମୂଳକ ଆବଶ୍ୟକତା, ଆର୍ଥିକ କ୍ଷମତା ଏବଂ ପ୍ରସ୍ତାବିତ ଆର୍ଥିକ ହସ୍ତାନ୍ତର ବ୍ୟବସ୍ଥାକୁ ଭିତ୍ତିକରି କମିଶନଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରାଯାଇଛି। ଆମେ ରାଜ୍ୟର ସମସ୍ତ ଆର୍ଥିକ ଦିଗ ଏବଂ ଆବଶ୍ୟକତାକୁ ଭିତ୍ତି କରି ଏକ ସ୍ମାରକପତ୍ର ଆକାରରେ କମିଶନଙ୍କ ସମ୍ମୁଖରେ ଲିଖିତ ଉପସ୍ଥାପନା ମଧ୍ୟ କରିଛୁ ବୋଲି ସେ କହିଥିଲେ। କମିଶନ ଆମର ଉପସ୍ଥାପନକୁ ଅନୁକୂଳ ଭାବରେ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
କମିଶନଙ୍କ ନିକଟରେ ରାଜ୍ୟର ପ୍ରମୁଖ ଦାବି ଗୁଡିକର ଆଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,-

ବର୍ତ୍ତମାନ, କେନ୍ଦ୍ର ସରକାରଙ୍କ ଟିକସ ଆୟର ୪୧% ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଉଛି । ଏହା ୪୧% ରୁ ୫୦%କୁ ବୃଦ୍ଧି କରିବା ପାଇଁ ଆମେ ଦାବି କରିଛୁ ।

କେନ୍ଦ୍ର ସରକାରଙ୍କ ଟିକସ ଆୟର ଯେଉଁ ଅଂଶ ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଏ, ତାହା ରାଜ୍ୟମାନଙ୍କ ମଧ୍ୟରେ ଏକ ନିର୍ଦ୍ଧାରିତ ସୂତ୍ର ଆଧାରରେ ବଣ୍ଟାଯାଏ, ଯେଉଁଥିରୁ ଓଡ଼ିଶା ୪.୫୨୮% ଭାଗ ପାଇଥାଏ। ଓଡିଶାର ଭାଗକୁ  ୪.୯୬୪ %କୁ ବୃଦ୍ଧି କରିବା ପାଇଁ ଆମେ ଦାବି ରଖିଛୁ।

୧୬ଶ ଅର୍ଥ କମିଶନ, ୨୦୨୬-୩୧ ଅବଧି ପାଇଁ, କେନ୍ଦ୍ର ଦ୍ଵାରା ଆକଳନ କରାଯାଇଥିବା ମୋଟ୍ ରାଜସ୍ୱ ପ୍ରାପ୍ତି ବା Gross Revenue Receipt ର ୨ ପ୍ରତିଶତ ଗ୍ରାମୀଣ ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ପାଇଁ (Rural and Urban Local Bodies) ଅନୁଦାନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଓଡ଼ିଶା ଗ୍ରାମୀଣ ଓ ସହରୀ ସ୍ଥାନୀୟ ନିକାୟ ସଂସ୍ଥାମାନେ କେନ୍ଦ୍ର ସରକାର ଠାରୁ ଅଧିକ ଆର୍ଥିକ ଅନୁଦାନ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF) ପାଇଁ ଦିଆଯାଉଥିବା ବାର୍ଷିକ ଅନୁଦାନର ୭୫% କେନ୍ଦ୍ର ସରକାର ବହନ କରେ ଓ ଅବଶିଷ୍ଟ ୨୫% ରାଜ୍ୟ ସରକାର ବହନ କରିଥାଏ । ଏହାକୁ  କେନ୍ଦ୍ର ସରକାର ୧୦୦% ବହନ କରୁ ବୋଲି ଆମେ ଦାବୀ କରିଛୁ ବୋଲି ସେ କହିଥିଲେ ।
ବ୍ୟତୀତ ସ୍ୱାସ୍ଥ୍ୟ, ଜଳ ଯୋଗାଣ ଓ ପରିମଳ ଏବଂ ବାର୍ଦ୍ଧକ୍ୟ ସୁରକ୍ଷା ଇତ୍ୟାଦି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ ସୁପାରିଶ ପାଇଁ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଡ. ଅରବିନ୍ଦ ପାନାଗରିଆଙ୍କ ଅଧ୍ୟକ୍ଷତାରେ ୧୬ଶ ଅର୍ଥ କମିଶନ ଫେବୃଆରୀ ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମାଝୀ ସ୍ଥାନୀୟ ହୋଟେଲ୍‍ ଠାରେ ଅର୍ଥ କମିଶନ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନଙ୍କ ସହିତ ଓଡିଶାର ଲକ୍ଷ୍ୟ, ଆବଶ୍ୟକତା ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜ୍ୟ ଅର୍ଥ ସଚିବ ଶାସ୍ୱତ ମିଶ୍ର ଓ ଅର୍ଥ ବିଭାଗର ଅଧିକାରୀ ଗଣଙ୍କ ସହିତ ଏବଂ ରାଜ୍ୟର ବିଭିନ୍ନ ବିଭାଗର ଶାସନ ମୁଖ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ: ପ୍ରଦର୍ଶିତ ହେବ ୧୫ ଦେଶର ଚଳଚ୍ଚିତ୍ର

ଭବାନୀପାଟଣା,୧୨।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁଶନ କନ୍‌ଫରେନ୍ସ ହଲରେ ରବିବାର ଏପ୍ରିଲ ୧୩ ତାରିଖରୁ ଏପ୍ରିଲ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୧୪ ଲକ୍ଷ ଠକେଇ ଘଟଣା ଗୁଜରାଟରୁ ଦୁଇ ସାଇବର ଠକ ଗିରଫ

ବ୍ରହ୍ମପୁର,୧୨ା୪: (ସୁବାସ ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଗତ ଫେବୃଆରୀ ମାସରେ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ସାଇବର ଗ୍ୟାଙ୍ଗ ୧୪...

ବିଜୁଳି, ଘଡଘଡି ସହ ଛେଚୁଛି ବର୍ଷା

ଦାରିଙ୍ଗବାଡ଼ି,୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନଠାରୁ ବର୍ଷା ଲାଗିରହିଛି। ଅଦିନିଆ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ସାମାନ୍ୟ ଆସ୍ବସ୍ତି...

ଭିଷ୍ମଗିରୀ କଲେଜରେ ଓଡ଼ିଆ ପକ୍ଷ ପାଳନ: ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରଦର୍ଶିତ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଶନିବାର ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ...

ଜୟନାରାୟଣଙ୍କ ପୁଣି ବିସ୍ଫୋରକ ବୟାନ: ଗୋଟିଏ ହୁଇସିଲରେ ଭାଙ୍ଗିଯିବ ବିଜେଡି

ଭୁବନେଶ୍ୱର,୧୨।୪: ରାଜ୍ୟରେ ୱକ୍‌ଫ ଝଡ଼ ଥମିବାର ନାଁ ନେଉନାହିଁ। ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ଏଭଳି ସ୍ଥିତିରେ...

Heavy Rainfall: ହଠାତ୍‌ ଅନ୍ଧାର ହୋଇଗଲା ଭୁବନେଶ୍ୱର, ମାଡ଼ି ଆସିଲା ଝଡବର୍ଷା

ଭୁବନେଶ୍ୱର,୧୨।୪: ଅଚାନକ ଅନ୍ଧାର ହୋଇଗଲା ଭୁବନେଶ୍ବର। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଗର୍ଜନ କରୁଛି ମେଘ। ତେବେ ବିଜୁଳି ଘଡଘଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image