Categories: ଜାତୀୟ

ମହାରାଷ୍ଟ୍ରବାସୀଙ୍କୁ କଥା ଦେଲେ ମୁଖ୍ୟମନ୍ତ୍ରୀ, ‘ଭଲ ଦିନ’ ଆସିବ

ମୁମ୍ବାଇ,୧୦ ।୭: ମହାରାଷ୍ଟ୍ରର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏକନାଥ ପ୍ରଥମଥର ପାଇଁ ମୋଦିଙ୍କୁ ସାକ୍ଷାତ୍ କରିଛନ୍ତି । ଏହାପରେ ଏକନାଥ ଶିନ୍ଦେ କହିଛନ୍ତି, ସେ ତାଙ୍କ ମୁଖ୍ୟମନ୍ତ୍ରୀ ପଦର ବ୍ୟବହାର ରାଜ୍ୟର ଜନତାଙ୍କୁ ନ୍ୟାୟ ଦେବାପାଇଁ କରିବେ ସାଧାରଣ ଜନତାଙ୍କ ଜୀବନରେ ‘ଭଲ ଦିନ’ ଆଣିବାକୁ ପ୍ରୟାସ କରିବେ ।
ଶିନ୍ଦେ ପୁଣେରେ ଏକ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି, ଆମେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ଓ ଧର୍ମବୀର ଆନନ୍ଦ ଦିଘେଙ୍କ ଶିକ୍ଷାକୁ ଆଗକୁ ବଢାଇବା । ଏହାପୂର୍ବରୁ ଶିନ୍ଦେ କହିଥିଲେ ମହାରାଷ୍ଟ୍ରରେ ମଜଭୁତ ସରକାର ରହିଛି ଓ ଆମେ ଆମର କାର୍ଯ୍ୟକାଳ ପୂରଣ କରିବୁ ।

Share