Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି, ବାଲ ଠାକରେଙ୍କୁ ଧୋକା ଦେଇଛନ୍ତି ଉଦ୍ଧବ: ଶିନ୍ଦେ

ମୁମ୍ବାଇ,୧୫।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଥାନେର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି। ଭାଜପା ସହ ମେଣ୍ଟ ଭାଙ୍ଗିବା ଏବଂ ନିର୍ବାଚନରେ ଜିତିବା ପାଇଁ ବାଲ ଠାକରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ବ୍ୟବହାର କରିଥିବାରୁ ତାଙ୍କୁ ସମାଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶିନ୍ଦେ କହିଛନ୍ତି, ଏହି ଲୋକମାନେ ବାଲ ଠାକରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବ୍ୟବହାର କରି ଭୋଟ ମାଗିଥିଲେ। ଏହା ପରେ ସେମାନେ କଂଗ୍ରେସ ସହ ହାତ ମିଳାଇ ବିଶ୍ବାସଘାତକତା କରିଛନ୍ତି। ଏହି ଲୋକମାନେ ଭୋଟରଙ୍କୁ ମଧ୍ୟ ଛାଡିଦେଇଛନ୍ତି। କେବଳ ଏହା ନୁହେଁ, ଏହି ଲୋକମାନେ କ୍ଷମତା ପାଇଁ ଆଦେଶର ଅପବ୍ୟବହାର କରିଛନ୍ତି। ତେବେ ପ୍ରକୃତ ଦେଶଦ୍ରୋହୀ କିଏ? ଶିନ୍ଦେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବାଲ ଠାକରେଙ୍କ ଧାରା ୩୭୦ରଦ୍ଦ କରିବାର ସ୍ବପ୍ନକୁ ପୂରଣ କରିଛନ୍ତି, କିନ୍ତୁ ଉଦ୍ଧବ ଠାକରେ ତାଙ୍କୁ ବିଶ୍ୱାସଘାତକତା କରିଛନ୍ତି।

Share