Categories: ଜାତୀୟ

ଝାଡ଼ଖଣ୍ଡରେ ଘନଉଛି ରାଜନୈତିକ ସଙ୍କଟ: ଛତିଶଗଡ଼ ଯିବା ନେଇ ବିଧାୟକଙ୍କ ପ୍ରସ୍ତୁତି

ରାଞ୍ଚି,୨୭।୮: ନିର୍ବାଚନ କମିଶନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ ରାଜ୍ୟପାଳଙ୍କୁ ଦେଇଥିବା ଚିଠି ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏହିଭଳି ପରିସ୍ଥିତିରେ ଶନିବାର ମୁଖ୍ୟମନ୍ତ୍ରୀ ମେଣ୍ଟ ବିଧାୟକଙ୍କ ସହ ବୈଠକ କରିଛନ୍ତି। ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏଭଳି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ବୈଠକରେ ଉପସ୍ଥିତ ଥିବା ବିଧାୟକଙ୍କ ଗାଡ଼ିରେ କପଡ଼ା ଭର୍ତ୍ତି ଥିବା ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ଭିନ୍ନ ଏକ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପଟେ ଝାଡ଼ଖଣ୍ଡର ୟୁପିଏ ବିଧାୟକଙ୍କୁ ଛତିଶଗଡ଼ ସ୍ଥାନାନ୍ତରିନ୍ତ କରାଯାଇପାରେ ବୋଲି ଆକଳନ କରାଯାଉଛି।

Share