ରାଞ୍ଚି,୨୨ା୫: ଝାଡ଼ଖଣ୍ଡର ପାକୁରରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଜନୈକ ଯୁବକ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଷୟକୁ ଗୁରୁତର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପାକୁର ଜିଲାରେ ଜଣେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଝିଅକୁ ଯୁବକ ଜଣକ ମାଡ଼ ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ପୁଅ ଲଗାତାର ଝିଅଟିକୁ ପିଟିବାରେ ଲାଗିଛନ୍ତି। ଉକ୍ତ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ସମ୍ପୃକ୍ତ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା। ଭାଇରାଲ୍ ଭିଡିଓ ଦେଖିବା ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଏହାର ଅନୁସନ୍ଧାନ କରିବାକୁ ପାକୁର ଡିସିପି, ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଉଭୟ ଅଧିକାରୀଙ୍କୁ ମାମଲାର ତଦନ୍ତ କରିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏହି ଭିଡିଓ କେଉଁଠୁ ଆସିଛି ଏବଂ ଏହି ଭିଡିଓ ପଛରେ ଥିବା ସତ୍ୟାସତ୍ୟ କ’ଣ ତାହା ପାକୁର ପୋଲିସ ଅନୁସନ୍ଧାନ କରୁଛି।
.@pakurpolice कृपया उक्त मामले की जांच कर आरोपियों पर कार्यवाई करते हुए सूचित करें।@dcpakur @JharkhandPolice https://t.co/UO6W841jqB
— Hemant Soren (@HemantSorenJMM) May 22, 2022