Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ କୋରଡ଼ା ମାଡ଼: ଭିଡ଼ିଓ ଭାଇରାଲ

ରାୟପୁର,୧୫।୧୧: ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କୁ କୋରଡ଼ା ମାଡ଼ ହେଉଥିବାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୪ ସେକେଣ୍ଡର ଏହି ଭିଡ଼ିଓରେ ବଘେଲାଙ୍କ ହାତକୁ ଜଣେ ବ୍ୟକ୍ତି କୋରଡ଼ାରେ ପିଟୁଥିବାର ଦେଖିବାକୁ ମିଳୁଛି। ବଘେଲା ଗୋବର୍ଦ୍ଧନ ପୂଜା ଅବସରରେ ଦୁର୍ଗ ଜିଲାର କୁହ୍ମାରୀ ଅଞ୍ଚଳର ଗଞ୍ଜଗିରି ଗାଁରେ ପହଞ୍ଚି ରାଜ୍ୟର ମଙ୍ଗଳ କାମନା କରି କୋରଡ଼ା ମାଡ଼ ଖାଇଥିବା ପରମ୍ପରା ପାଳନ କରିଥିବା କୁହାଯାଉଛି। କୋରଡ଼ା ମାଡ଼ ପରେ ବଘେଲାଙ୍କୁ ପିଟୁ ଥିବା ବ୍ୟକ୍ତି ଜଣକ ପ୍ରଣାମ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ୨୦୧୯ରେ ମଧ୍ୟ ବଘେଲା ଏଭଳି କୋରାଡ଼ା ମାଡ଼ ଖାଇଥିଲେ।

Share