Categories: ଜାତୀୟ

କେଜରିୱାଲଙ୍କ ଲକ୍ଷ୍ୟ ଗୁଜରାଟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୨୯ ।୭: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ମନରେ ଭରସା ଓ ବିଶ୍ୱାସ ବୃଦ୍ଧି ହୋଇଛି । ଆମ ଆଦମୀ ପାର୍ଟି ଓ ଅରବିନ୍ଦ କେଜରିୱାଲ ଆଗାମି ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ଆହୁରି ବଢାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସାମ୍ନାରେ ଏବେ ସବୁଠାରୁ ବଡ ଚ୍ୟାଲେଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋମ ଟାଉନରେ ଭାରତୀୟ ଜନତା ପାର୍ଟି(ଭଜପା)କୁ ହରାଇ ଏଏପି ସରକାର ଗଠନ କରିବା ।

ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଅନ୍ୟ ଦଳଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ସେ ଲଗାତାର ଗୁଜରାଟ ଗସ୍ତ ବି କରୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ କେଜରିୱାଲ ୧ ଅଗଷ୍ଟକୁ ପୁଣିଥରେ ଗୁଜରାଟ ଗସ୍ତରେ ଯିବେ । ଆସନ୍ତା ମାସର ପ୍ରଥମ ୧୦ ଦିନରୁ ସେ ୪ ଦିନ ଗୁଜରାଟରେ କାଟିବେ । ଅଗଷ୍ଟ ୧ରେ ସୋମନାଥରେ ଏକ ଜନସଭାକୁ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀ କେଜରିୱାଲ ଅଗଷ୍ଟ ୩, ୭ ଓ ୧୦ ତାରିଖରେ ଗୁଜରାଟ ଗସ୍ତ କରିବେ ।

Share