Categories: ଜାତୀୟ

ମୋଦିଙ୍କୁ ଅନୁରୋଧ କଲେ କେଜ୍‌ରିଓ୍ବାଲ: ସେନା ହାତକୁ ଦିଆଯାଉ ସବୁ ଅକ୍ସିଜେନ୍‌ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: କରୋନା ମହାମାରୀ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟର ଡାକ୍ତରଖାନାରେ ଆଜିକାଲି ଅମ୍ଳଜାନ ଅଭାବ ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ିୱାଲ ମଧ୍ୟ ଉପସ୍ଥିତ ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଅନୁରୋଧ କରିଥିଲେ ଯେ, ଏସମୟରେ ଅମ୍ଳଜାନର ଘୋର ଅଭାବ ଦେଖାଯାଉଛି। ତେଣୁ କେନ୍ଦ ସରକାର ଦେଶର ସମସ୍ତ ଅକ୍ସିଜେନ୍‌ ପ୍ଲାଣ୍ଟକୁ ସେନା ହାତକୁ ଦିଆଯାଉ। ଏହାଦ୍ୱାରା ସବୁ ରାଜ୍ୟକୁ ଅକ୍ସିଜେନ୍‌ ତୁରନ୍ତ ମିଳିପାରିବ। ମୁଁ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ କିଛି କରି ପାରୁନାହିଁ ବୋଲି ସେ କହିଛନ୍ତି।

Share