Categories: ଜାତୀୟ

ଅଗ୍ନିବୀରଙ୍କୁ ମିଳିବ ନିଶ୍ଚିତ ନିଯୁକ୍ତି: ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୧ ।୬: ଅଗ୍ନିପଥ ଯୋଜନାରେ ଦେଶ ସେବା କରି ସାରିବା ପରେ ଅଗ୍ନିବୀରଙ୍କୁ ନିଶ୍ଚିତଭାବେ ହରିୟାଣାରେ ନିଯୁକ୍ତି ସୁଯୋଗ ମିଳିବ ବୋଲି କଥା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ମଙ୍ଗଳବାର ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ଅଗ୍ନିପଥ ଯୋଜନାରେ ୪ ବର୍ଷ ଦେଶସେବା କରି ଫେରିଥିବା ଅଗ୍ନିବୀରଙ୍କୁ ନିଶ୍ଚିତ ଭାବେ ସରକାରୀ ଚାକିରି ଯୋଗାଇ ଦିଆଯିବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ସରକାର ଅଗ୍ନିବୀରଙ୍କୁ ସେମାନଙ୍କ ସେବା ଶେଷ ହେବା ପରେ ନିଯୁକ୍ତି ଦେବାର ପ୍ରତିଶୃତି ଦେଇଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଥିଲେ , ମୁଁ ସମସ୍ତ ଯୁବକଙ୍କୁ ଆଶ୍ୱସନା ଦେଉଛି ଯେଉଁ ଅଗ୍ନିବୀରମାନେ ରାଷ୍ଟ୍ରର ସେବା କରିବେ ସେବା ନିବୃତ୍ତ ପରେ ସେମାନଙ୍କୁ ରାଜ୍ୟସରକାର ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ବିଭାଗରେ ଚାକିରି ଯୋଗାଇ ଦେବେ ।

Share