ଚାଷୀଙ୍କ ପାଇଁ ଖୁସି ଖବର: କୃଷକଙ୍କୁ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ମୋହନ, ଜାଣନ୍ତୁ କେବେ ଆଉ କେଉଁମାନଙ୍କୁ ମିଳିବ

ଭୁବନେଶ୍ୱର,୧୨।୮: ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। ଏନେଇ ପ୍ରସ୍ତୁତି ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ବଜେଟରେ ମୋହନ ସରକାର ସିଏମ କିଷାନ ଯୋଜନା ବିଷୟରେ ଘୋଷଣା କରିଥିଲେ। ତେବେ ସେପ୍ଟେମ୍ବର ୮ରେ ପଡୁଥିବା ନୂଆଁଖାଇ ପର୍ବ ଅବସରରେ ଚାଷୀଙ୍କୁ ସିଏମ କିଷାନ ଟଙ୍କା ଦେବାକୁ ନୂଆ ସରକାର ଯୋଜନା କରୁଥିବା ଜଣାପଡିଛି। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ଏବଂ ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଯିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ଯିବ ସିଏମ କିଷାନ ଟଙ୍କା। ନୂଆଁଖାଇ ପଶ୍ଚିମ ଓଡିଶାର ଗଣପର୍ବ ହୋଇଥିବାରୁ ଏହି ଅବସରରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର।

Share