ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ଆସିବ ସିଏମ କିଷାନ ଯୋଜନା ଟଙ୍କା, ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ…

ଭୁବନେଶ୍ୱର,୨୮।୮: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା। ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏ ୪ ହଜାର ଟଙ୍କା ମିଳିବ। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ। ନୂଆ ସାମିଲ ପାଇଁ ସିଏମ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ପିଏମ କିଷାନ ଯୋଜନାରୁ ବାଦ୍‌ ଚାଷୀଙ୍କୁ ସାମିଲ ନେଇ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ କିଷାନ ଯୋଜନା ବିଷୟରେ ଘୋଷଣା କରିଥିଲେ। ଏଥିପାଇଁ ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଥିଲା।

ଏହା ପୂର୍ବରୁ ସୂଚନା ମିଳିଥିଲା ଯେ, ନୂଆଁଖାଇ ଅବସରରେ ଚାଷୀଙ୍କୁ ସିଏମ କିଷାନ ଯୋଜନା ଟଙ୍କା ସରକାର ଦେଇପାରନ୍ତି। ହେଲେ ଏହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ।

Share