କୋଲକାତା,୪।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ମମତା କହିଛନ୍ତି ଭାଜପା ଯେ କୌଣସି ସମୟରେ କେଉଁଠି ନା କେଉଁଠି ଦଙ୍ଗା କରିପାରେ। ସେଥିପାଇଁ ସବୁ ସମୟରେ ମୋତେ ଆଲର୍ଟ ରହିବାକୁ ପଡୁଛି। ଆମେ ହିଂସା କରୁନାହିଁ, ପଶ୍ଚିମବଙ୍ଗ ଲୋକେ ହିଂସା ପସନ୍ଦ କରନ୍ତି ନାହିଁ। ଆଉ ଏହା ହେଉଛି ଅପରାଧିକ ହିଂସା। ହିଂସା ପାଇଁ ଭାଜପା ଦାୟୀ, ସେ ଗୁଣ୍ଡାଙ୍କୁ ବାହାରୁ ପଶ୍ଚିମବଙ୍ଗ ନେଇ ଆସୁଛି। ମମତା ଅଭିଯୋଗ କରିଛନ୍ତି କି ଭାଜପା ରାଲିରେ ମାରଣାସ୍ତ୍ର ନେଇ ଆସୁଛି। କ’ଣ ଭଗବାନ ରାମ ଅସ୍ତ୍ର ଆଣିବାକୁ କହିଥିଲେ ବୋଲି ମମତା ପ୍ରଶ୍ନ କରିଛନ୍ତି। ଏମାନେ ବୁଝି ପାରୁ ନାହାନ୍ତି ଯେ ବେଙ୍ଗଲର ଲୋକ ଦଙ୍ଗା ପସନ୍ଦ କରନ୍ତି ନାହିଁ। ଦଙ୍ଗା କରିବା ବେଙ୍ଗଲର ସଂସ୍କୃତି ନୁହେଁ। ସାଧାରଣ ଲୋକ ଦଙ୍ଗା କରନ୍ତି ନାହିଁ। ଯଦି ଭାଜପା ଦଙ୍ଗା କରି ପାରୁନାହିଁ ତେବେ ସେ ଭଡାରେ ଲୋକ ଆଣି ଦଙ୍ଗା ଉସକାଉଛି ବୋଲି ମମତା ଅଭିଯୋଗ କରିଛନ୍ତି। ଦଙ୍ଗାକାରୀଙ୍କର କୌଣସି ଧର୍ମ ନ ଥାଏ ସୋମନେ କେବଳ ରାଜନୈତିକ ଗୁଣ୍ଡା ହୋଇଥାଆନ୍ତି।