Categories: ଜାତୀୟ

‘ହାୱଡାରେ ରାମନବମୀରେ ହୋଇଥିବା ହିଂସା ପଛରେ ହିନ୍ଦୁ ନୁହେଁ ବରଂ…,’ ମମତା ବାନାର୍ଜୀ

କୋଲକାତା,୩୧ ।୩: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ଭାଜପା ଉପରେ ଆଙ୍ଗୁଠି ଉଠାଇଥିବା ନଜର ଆସିଛି । ଶୁକ୍ରବାର ମମତା ଦାବି କରିଛନ୍ତି ଯେ ରାମ ନବମୀ ଦିନ ହାୱଡାରେ ହୋଇଥିବା ହିଂସା ପାଇଁ ଭାଜପା ଓ ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ଦାୟୀ ।
ମୁଖ୍ୟମନ୍ତ୍ରୀ ସେଠାକାର ଲୋକଙ୍କୁ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ରାମନବମୀର ଦ୍ୱିତୀୟ ଦିନରେ ବି ହାୱଡାର ଶିବପୁରରେ ପଥରମାଡ ହୋଇଥିଲା । ଏବେ ସେଠାକାର ସ୍ଥିତି ନିୟନ୍ତ୍ରଣରେ ରହିଛି ।

Share