Categories: ଜାତୀୟ

ପୁଣି ମୋଦିଙ୍କୁ ଚିଠି ଲେଖିଲେ ଦିଦି

କୋଲକତା,୫।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟିକା ଅଭାବ ନେଇ ପୁଣି ଥରେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ଯଦି ପଶ୍ଚିମବଙ୍ଗରେ ଟିକା ଯୋଗାଣ ବୃଦ୍ଧି ନ ହୁଏ ତେବେ କୋଭିଡ ମହାମାରୀର ଅବସ୍ଥା ଗୁରୁତର ହୋଇପାରେ। ସୂଚନାଯୋଗ୍ୟ, ମମତା ବାନାର୍ଜୀ ନିକଟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ମଧ୍ୟ କରୋନା ଟିକା ଅଭାବ ପ୍ରସଙ୍ଗ ଉଠାଇଥିଲେ। ବୈଠକ ପରେ ମମତା ଏହି ସୂଚନା ଦେଇଛନ୍ତି।
କରୋନାର ତୃତୀୟ ଲହରର ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ଗ୍ଲୋବାଲ ଆଡଭାଇଜରୀ ବୋର୍ଡର ଏକ ବୈଠକ କରିଛନ୍ତି। ଏହି ସଭାରେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଶେଷରେ ଦୁର୍ଗା ପୂଜା ଛୁଟି ପରେ ଆମେ ଗୋଟିଏ ଦିନ ବ୍ୟବଧାନରେ ବିଦ୍ୟାଳୟ ଖୋଲିବାକୁ ଚିନ୍ତା କରୁଛୁ।

Share