Categories: ଜାତୀୟ

ପଶ୍ଚିମବଙ୍ଗରେ ହାରିବ ଭାଜପା: ମମତା

କୋଲକାତା,୨୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ବୁଧବାର ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ମମତା କହିଛନ୍ତି ଏହା ନିଶ୍ଚିତ ଯେ ୨୦୨୪ରେ ଭାଜପା ଶାସନ କ୍ଷମତା ହାସଲ କରିବ ନାହିଁ । ତ୍ରୁଣମୂଳ କଂଗ୍ରେସର ଅଧ୍ୟକ୍ଷା ମମତା କହିଛନ୍ତି, ଭାଜପାର କିଛି କାମ ନାହିଁ, କେବଳ ୩-୪ ଏଜେନ୍ସି ଜରିଆରେ ରାଜ୍ୟ ସରକାରଙ୍କୁ ନିଜ ହାତକୁ ନେବା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଜପା ମହାରାଷ୍ଟ୍ର ଉପରେ କବଜା କଲା, ଏବେ ନଜର ପଡିଛି ଝାଡ଼ଖଣ୍ଡ ଉପରେ । ହେଲେ ପଶ୍ଚିମବଙ୍ଗରେ ହାରିବ ଭାଜପା । ପଶ୍ଚିମବଙ୍ଗକୁ ଭାଙ୍ଗିବା ଏତେ ସହଜ ନୁହେଁ । କାରଣ ପ୍ରଥମେ ଆପଣଙ୍କୁ ରୟାଲ ବେଙ୍ଗଲ ଟାଇଗର ସହ ଲଢିବାକୁ ପଡିବ ।

Share