Categories: ଜାତୀୟ

ମୋଦିଙ୍କୁ ଭେଟିବେ ଦିଦି!

କୋଲକାତା,୧୫ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ୨୫ରେ ଦିଲ୍ଲୀ ଗସ୍ତ କରିପାରନ୍ତି । ସେ କହିଛନ୍ତି ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ସେ ଦିଲ୍ଲୀ ଗସ୍ତ କରିବେ । ଏହି ସମୟରେ ସେ କେତେଜଣ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା କହିଛନ୍ତି ଯଦି ସେମାନେ ସମୟ ଦିଅନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ୍ କରିପାରନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସହ କେନ୍ଦ୍ର ସରକାରଙ୍କର ଭଲ ସମ୍ପର୍କ ନାହିଁ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ହିଂସା ପରେ ଏହା ଆହୁରି ବଢି ଯାଇଛି । ସେପଟେ ଗତ ମେ’ ମାସରେ ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର କାର୍ଯ୍ୟଭାର ସମ୍ଭାଳିଥିବା ମମତା ବାନାର୍ଜୀଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ । ବିଶେଷ ସୂତରୁ ମିଳିଥିବା ସୂଚନା ଅନୁଯାୟୀ, ମମତା ଏହି ଗସ୍ତ ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ କେତେଜଣ ବିରୋଧି ଦଳ ନେତାଙ୍କୁ ସାକ୍ଷାତ୍ କରିପାରନ୍ତି ।

Share