Categories: ଜାତୀୟ

ରାଗିଲେ ଦିଦି

କୋଲକାତା,୧୯।୫: ପଶ୍ଚିମବଙ୍ଗର କଥିତ କ୍ୟାଶ ଫର ଜବ ଘୋଟାଲା ମାମଲାରେ ତ୍ରୁଣମୂଳ କଂଗ୍ରେସର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରୋକ୍ଷ ଭାବେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ କୋଲକତାର ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟରେ ଶନିବାରକୁ ହାଜର ହେବାକୁ କହିଛି। ଏହି ସୂଚନା ନିଜେ ଅଭିଷେକ ବାନାର୍ଜୀ ଟୁଇଟ କରି ଜଣାଇଛନ୍ତି।

ଅଭିଷେକଙ୍କୁ ସିବିଆଇ ସମନ ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନୋଟିସ ପାଇବା ପରେ ମୁଁ ଆଜି ଅଭିଷେକଙ୍କ ସହ ତିନିଥର କଥା ହେଲି। ଯେତେବେଳେ ମୁଁ ତାଙ୍କୁ ସମୟ ମାଗିବାକୁ କହିଲି, ସେ କହିଲେ – ନା ଦିଦି, ଯେତେବେଳେ ଡାକିଛନ୍ତି ସେହି ଦିନ ଯିବି । ସେମାନେ (ସିବିଆଇ) ଜାଣିଥିଲେ ଯେ ଅଭିଷେକ ବାହାରେ ଅଛନ୍ତି। ସେ ଘରୁ ବାହାରକୁ ଯାଇ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ତାଙ୍କୁ ସମୟ ଦିଆଗଲା ନାହିଁ।

ଏହା ସହିତ ପରୋକ୍ଷରେ ଭାଜପାକୁ ଟାର୍ଗେଟ କରି ମମତା କହିଛନ୍ତି, କର୍ନାଟକ ହାତରୁ ଯାଇଛି , ଆଗାମୀ ଦିନରେ ଅଧିକ ରାଜ୍ୟ ମଧ୍ୟ ଯିବ, କେବଳ ଉତ୍ତରପ୍ରଦେଶ ଏବଂ ଗୁଜରାଟକୁ ନେଇ ଭାଜପା ବସିବ।

Share