କୋଲାକାତା,୨୩ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ହଠାତ୍ ଭଣଜା ଅଭିଶେକ ବାନାର୍ଜୀଙ୍କ ଘରେ ପହଞ୍ଚିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେଠାରେ ସେ ମାତ୍ର ୧୦ ମିନିଟ୍ ରହିଥିବା କୁହାଯାଉଛି । ଏହାପରେ ହରିଶ ମୁଖାର୍ଜୀ ରୋଡରେ ଥିବା ଅଭିଶେକଙ୍କ ଘରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ପହଞ୍ଚି ଯାଇଥିଲେ । ସିବିଆଇ କୋଇଲା ଘୋଟାଲା ମାମଲାର ଯାଞ୍ଚପାଇଁ ପହଞ୍ଚିଥିବା ଜଣାପଡିଛି । ମମତା ସରକାରରେ ମନ୍ତ୍ରୀ ଥିବା ଅଭିଶେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରା ଉଚରା ପାଇଁ ସିବିଆଇ ସେଠାରେ ପହଞ୍ଚିଛି । ସୂଚନାଯୋଗ୍ୟ, ରବିବାର ପ୍ରଥମଥର ଲାଗି ଅଭିଶେକଙ୍କ ପତ୍ନୀ ଓ ତାଙ୍କ ଶାଳୀଙ୍କୁ ପଚରାଉଚରା ପାଇଁ ସିବିଆଇ ତାଙ୍କ ଘରେ ପହଞ୍ଚିଥିଲା । ଉଭୟ ରୁଜିରା ଓ ତାଙ୍କ ଭଉଣୀ ଏହି ମାମଲରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ଏମାନଙ୍କ ନାଁରେ ସମନ ଜାରି କରାଯାଇଥିଲା । ତେବେ ମଙ୍ଗଳବାର ହଠାତ୍ ଦିଦିଙ୍କ ଗସ୍ତ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ଅଭିଶେକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଏକ ମାନହାନୀ ମାମଲା କରିବା ପରେ ଏବେ ତାଙ୍କ ଘରେ ସିବିଆଇ ପହଞ୍ଚିବା ଆଗକୁ ରାଜନ୍ରେତୀକ ମୋଡ ନେଇପାରେ ବୋଲି ଆଲୋଚନା ହେଉଛି ।