Categories: ଜାତୀୟ

ମୁହଁ ଖୋଲିଲେ ମମତା: ଦୋଷୀ ସାବ୍ୟସ୍ତ ହେଲେ ମିଳୁ ଆଜୀବନ କାରାଦଣ୍ଡ

କୋଲକାତା,୨୫।୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ(ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପୋଲିସ ଶନିବାର ଗିରଫ କରିଛି। ରାଜ୍ୟ ସରକାରଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ଏବେ ରାଜନୀତି ସରଗରମ ହୋଇଛି। ତେବେ ଗିରଫର ୨ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିଜ ବୟାନରେ କହିଛନ୍ତି, ମୁଁ ଦୁର୍ନୀତିର ସମର୍ଥନ କରେ ନାହିଁ। ଏଥିସହ ସମସ୍ତ ଲୋକ ସମାନ ନୁହଁନ୍ତି ବୋଲି ମମତା କହିଛନ୍ତି। ମୁଁ ଚାହୁଁଛି ଏକ ସମୟ ସୀମା ମଧ୍ୟରେ ସତ୍ୟ ବାହାରକୁ ଆସିବ। ଯଦି ପାର୍ଥ ଚାଟାର୍ଜୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ଏଥିରେ ମୋର କୌଣସି ଆପତ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସାରା ଜୀବନ ରାଜନୀତି କରିିଛି, ଏହା ମୋର ବ୍ୟକ୍ତିଗତ ଲାଭ ପାଇଁ କରୁନାହିଁ। ମୋ ପାଇଁ ରାଜନୀତି ହେଉଛି ଜନସେବା। ଏହା ମୁଁ ମୋର ଶିକ୍ଷକ ଓ ପିତାମାତାଙ୍କଠାରୁ ଶିଖିଛି ବୋଲି ମମତା କହିଛନ୍ତି।

Share