Categories: ଜାତୀୟ

କୋଲାକାତା ହାଇକୋର୍ଟରୁ ଅଭିଷେକ ବାନାର୍ଜୀଙ୍କୁ ଝଟକା

କୋଲକାତା,୩୧।୭: କୋଲକାତା ହାଇକୋର୍ଟ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଅଗଷ୍ଟ ୫ରେ ବରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇ ଦେଇଛନ୍ତି। ୨୧ ଜୁଲାଇରେ ଟିଏମସିର ଶହୀଦ ଦିବସ କାର୍ଯ୍ୟକ୍ରମ ସମୟରେ ସେ ୫ଅଗଷ୍ଟରେ ଭାଜପା ନେତାଙ୍କ ବାସଭବନକୁ ‘ଘେରାଉ’ ଘୋଷଣା କରିଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଅଭିଷେକ ଭାଜପା ନେତାଙ୍କ ଘର ଘେରାଉ କରିପାରିବେ ନାହିଁ। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ଯେତେବେଳେ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଟିଏମସିର ଜୁଲାଇ ୨୧ ରାଲିରୁ ଏକ ଘେରାଉର ଆହ୍ବାନ ଦେଇଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହି ମଞ୍ଚରୁ ତାଙ୍କ ଭାଷଣରେ ଏହି ଆହ୍ବାନକୁ ନିଶ୍ଚିତ କରିଛନ୍ତି।

Share