Categories: ଜାତୀୟ

ବୀରଭୂମ ଯିବେ ମମତା

କୋଲକାତା,୨୪ ।୩: ପଶ୍ଚିମବଙ୍ଗର ବୀରଭୂମ ଘଟଣାକୁ ନେଇ ଦିଲ୍ଲୀ ରାଜନୀତି ହୋଇଛି ସରଗରମ । ଏହି ଘଟଣାରେ ୮ ଜଣଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା ବେଳେ ଏବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଦିଲ୍ଲୀ ପହଞ୍ଚି ରୁଟି ସେକିବାକୁ ପ୍ରସ୍ତୁତ ହୋଇଗଲେଣି । ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୀରଭୂମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କେବଳ ସେତିକି ନୁହେଁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରତିନିଧିମଣ୍ଡଳ ବୀରଭୁମ ଗସ୍ତ କରିବେ । ଏହାସହ ଦିଲ୍ଲୀରେ ତ୍ରୁଣମୂଳ କଂଗ୍ରେସର ପ୍ରତିନିଧିମଣ୍ଡଳ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ବୀରଭୁମ ଘଟଣାରେ ଏପର୍ଯ୍ୟନ୍ତ ୨୨ ଲୋକଙ୍କୁ ଗିରଫ କରାଯାଇ ସାରିଛି ।

Share