Categories: ଜାତୀୟ

ଏହା ଜନତାଙ୍କ ବିଜୟ, ଦଳ ମୁଖିଆ ସ୍ଥିର କରିବେ ଶପଥ ଗ୍ରହଣ: ମାଣିକ ଶାହା

ଅଗରତାଲା,୨ ।୩: ତ୍ରିପୁରାରେ ପୁଣିଥରେ ଫେରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର । ତ୍ରିପୁରାର ବିଜୟକୁ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଜନତାଙ୍କୁ ସମର୍ପିତ କରିଛନ୍ତି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଶପଥ ଗ୍ରହଣ କେବେ ହେବ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସ୍ଥିର କରିବେ ।
୨୦୨୩ ନିର୍ବାଚନରେ ଭାଜପା ଖାତାକୁ କମ୍ ଆସନ ମିଳିଥିବା ବେଳେ ଅଧିକ ଆସନରେ ଜିତିବା ପାଇଁ ଦଳ ଆଶା ରଖିଥିଲା । ହେଲେ ଜନତା ଯାହା ରାୟ ଦେଇଛନ୍ତି ତାକୁ ମାନିବାକୁ ପଡିବ । ନିର୍ବାଚନ ଫଳାଫଳ ପରେ ଆମେ ଏହାକୁ ନେଇ ସମିକ୍ଷା କରିବୁ ଯେ କାହିଁକି ଭାଜପାର ଆସନ କମ ହୋଇଗଲା ।
ଶପଥ ଗ୍ରହଣକୁ ନେଇ ତ୍ରିପୁରା ମୁଖ୍ୟମନ୍ତ୍ରୀ କହିଲେ ଏକଥା ଦଳ ମୁଖିଆ ସ୍ଥିର କରିବେ । ସେ କହିଛନ୍ତି, ଶପଥ ଗ୍ରହଣ ଯେବେ ହେବ ତାହା ଜଣାପଡିଯିବ । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଷ୍ପତ୍ତି ନେବେ । ସେ ଆହୁରି ମଧ୍ୟ କହିଛନ୍ତି ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ପୂରଣ କରାଯିବ ।

Share