ପ୍ରମୋଦ ଭଗତଙ୍କୁ ୨କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ,୨୭।୧୦ : ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ। ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦଙ୍କୁ ୨ କୋଟି ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେଲ୍ସ ନୀତେଶ କୁମାରଙ୍କୁ ପରାସ୍ତ କରି ଗୋଲ୍ଡ ମେଡାଲ ଜିତିଛନ୍ତି ପ୍ରମୋଦ । ଏଥିସହିତ ଏହି ଏସୀୟ କ୍ରୀଡାରେ ଭାରତ ଆଜି ସୁଦ୍ଧା ୨୫ଟି ସ୍ବର୍ଣ୍ଣ, ୨୯ଟି ରୌପ୍ୟ ଏବଂ ୪୪ଟି ବ୍ରୋଞ୍ଜ ପଦକ ଜିତି ରେକର୍ଡ ସଂଖ୍ୟକ ୯୯ଟି ପଦକ ହାସଲ କରିଛି।

Share