ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭେଟି, ଘୋଷଣା କଲେ ୬୭.୬୮ କୋଟିର ପ୍ୟାକେଜ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ସହ ସୁଖଦୁଃଖ ପଚାରି ବୁଝିଛନ୍ତି ।
ମୁଖ୍ୟମନ୍ତ୍ରୀ ଉକ୍ତ ୨ ଅଞ୍ଚଳ ପାଇଁ ୬୭.୬୮ କୋଟି ଟଙ୍କାର ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗରିବ ଲୋକଙ୍କ ମୁହଁର ହସ ମୋତେ ସବୁଠୁ ବେଶୀ ସନ୍ତୋଷ ଦିଏ । ଲକ୍‌ଡାଉନରେ କରୋନାକୁ ନ ଡରି ଚାଷୀ ଭାଇମାନେ ଚାଷ କରୁଥିଲେ । ସେମାନଙ୍କ ପରିଶ୍ରମ ଦେଶର ଅର୍ଥନୀତିକୁ ବଞ୍ଚାଇ ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଅବଦାନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । କରୋନାର ଭୟ ଏବେ ବି ରହିଥିବା ନେଇ ସେ ସତର୍କ କରିଛନ୍ତି। କରୋନା ନିୟମ ମାନି ଚଳିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି ।