Categories: ରାଜ୍ୟ

ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୯।୧୧: ଆଦିବାସୀ ସମ୍ପ୍ରଦାୟର ଜୀବିକା ଏବଂ ପୋଷଣ ଉପରେ ଧ୍ୟାନ ଦେଇ ଏକ ଲୋକାଭିମୁଖୀ ମିଲେଟ ମିଶନ ପ୍ରସ୍ତୁତ କରିବାରେ ଓଡ଼ିଶା ଅଗ୍ରଣୀ ଭୂମିକା ନେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ୱରର ଜନତା ମଇଦାନଠାରେ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ
ଅନ୍ତର୍ଜାତୀୟ ମିଲେଟ୍‌‌ ସମ୍ମିଳନୀକୁ ଆଜି ଉଦ୍‌‌ଘାଟନ କରି କହିଛନ୍ତି, ପୁରାତନ ସମୟରୁ ପୁଷ୍ଟିଶସ୍ୟ ବା ମିଲେଟ୍‌‌ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି।

ଓଡ଼ିଶାରେ ଏହାକୁ ବିଶେଷତଃ ଆଦିବାସୀ ସମ୍ପ୍ରଦାୟର କୃଷକମାନେ ଚାଷ କରି ଆସୁଅଛନ୍ତି। ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ôଚ ରହିଛି ଏବଂ ସେମାନଙ୍କ ସହଯୋଗରେ ବର୍ତ୍ତମାନର ପିଢ଼ି ପାଖରେ ପହଁଞ୍ôଚପାରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ବାଜରା ପାଇଁ ଏକ ବିଶ୍ୱସ୍ତରୀୟ ରୋଡ୍‌‌ ମ୍ୟାପ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ଆୟୋଜନ କରିଛନ୍ତି। ସେ କହିଛନ୍ତି, ପୁଷ୍ଟିସାଧନ ନିରାପତ୍ତା ହାସଲ କରିବାରେ ବାଜରା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ଏବଂ ଭବିଷ୍ୟତ ପିଢ଼ିଙ୍କ ପାଇଁ ବାଜରା ଆଶାରୂପେ ଉଭା ହେଉଛି।

ମିଲେଟ୍‌‌ ହେଉଛି ପାରମ୍ପରିକ ଶସ୍ୟ, ଜଳବାୟୁ ସହନଶୀଳ ଏବଂ ପୋଷଣର ଗନ୍ତାଘର ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଓଡ଼ିଶାକୁ ଏହି ଦିଗରେ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଏବଂ ଓଡ଼ିଶାବାସୀଙ୍କର ଅର୍ଥନୈତିକ ଅଭିବୃଦ୍ଧି, କଲ୍ୟାଣ ଓ ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପୁଷ୍ଟିଶସ୍ୟ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାର ଓଡ଼ିଶା ମିଲେଟ୍‌‌ ମିଶନର ଆରମ୍ଭ କରିଥିଲେ। ଏହି ମିଶନ ଜରିଆରେ ପୁଷ୍ଟିକର ଶସ୍ୟକୁ ବର୍ତ୍ତମାନର ଖାଦ୍ୟପ୍ରଣାଳୀରେ ଏକ ଅନିବାର୍ଯ୍ୟ ଅଂଶଭାବେ ଗ୍ରହଣ କରି ପୁନରୁଦ୍ଧାର କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୨୦୨୩ ମସିହାକୁ ଆନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ଭାବରେ ଘୋଷଣା କରି ମିଳିତ ଜାତିସଂଘ ଓ ଆନ୍ତର୍ଜାତୀୟ କୃଷି ସଂଗଠନ ବିଶ୍ୱସ୍ତରରେ ଏହି ଶସ୍ୟ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇପାରିଛି। ଏହି ପ୍ରାଚୀନ ଶସ୍ୟ
ଆଧୁନିକ ସମୟର ସମସ୍ୟା ଓ ଆହ୍ୱାନଗୁଡ଼ିକ ଲାଗି ପ୍ରକୃଷ୍ଟ ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ପୁଷ୍ଟିଶସ୍ୟର ପୁନରୁଦ୍ଧାର କରିବା ସହିତ ମିଲେଟ୍‌‌ ଓ ମିଲେଟ୍‌‌ ଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର ସଫଳ ମାଣ୍ଡିଆ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ମାଣ୍ଡିଆ ଚାଷରେ ଉତ୍କର୍ଷତା ଲାଭ କରିଥିବା ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼, ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି।

Share