Posted inରାଜ୍ୟ

ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର,୧୭।୩: ଶନିବାର ନିର୍ବାଚନ ଆୟୋଗ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଚିଠି ଲେଖିଛନ୍ତି। ”ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଲୋକମାନଙ୍କ ନିରନ୍ତର ଭାବେ ଦେଇଥିବା ଭଲପାଇବା ଓ ଅକୁଣ୍ଠ ବିଶ୍ବାସ ନିକଟରେ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ସୁଯୋଗ ପାଇବା ମୋର ପରମ ସୌଭାଗ୍ୟ ବୋଲି ସେ କହିଛନ୍ତି।

ତେବେ ଆଉ କିଛି ମାସ ମଧ୍ୟରେ ମୋ ରାଜ୍ୟବାସୀ ଦେଶର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ସମସ୍ତଙ୍କ ସୁଖ, ଦୁଃଖ, ସୁବିଧା ଓ ଅସୁବିଧାରେ ମୁଁ ସବୁବେଳେ ସମସ୍ତଙ୍କ ପାଖରେ ଅଛି। ମୋ ଉପରେ ଥିବା ଆପଣମାନଙ୍କ ବିଶ୍ୱାସ ମୋତେ ଆହୁରି ଦୃଢ଼ତାର ସହ କାମ କରିବାକୁ ପ୍ରେରଣା ଯୋଗାଇଛି।

ଆଗାମୀ ୧୦ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ । ଆମେ ସମସ୍ତେ ମିଶି ଏକ ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଢ଼ିବା। ଯୁବତୀ ଯୁବକ, ମହିଳା, ଉଦ୍ୟୋଗୀ ତଥା ଚାଷୀ ଓ ଜନଜାତି ଭାଇଭଉଣୀମାନଙ୍କ ହାତରେ ରହିବ ରାଜ୍ୟ ବିକାଶର ମଙ୍ଗ।

ବିଗତ ପାଞ୍ଚ ବର୍ଷରେ 5T ମନ୍ତ୍ର ଓଡ଼ିଶାର ବିକାଶକୁ ନୂଆ ଦିଗ ଦେଇଛି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସମୃଦ୍ଧିର ଏକ ମାଇଲଖୁଣ୍ଟ ଭାବେ ଇତିହାସ ଏହାକୁ ସବୁବେଳେ ମନେ ରଖିବ । ଏବେ ସାରା ରାଜ୍ୟରେ, ସବୁ ବର୍ଗର ଲୋକଙ୍କ ମଧ୍ୟରେ ରୂପାନ୍ତରଣ ବୈଶ୍ ପରିଲକ୍ଷିତ ହେଉଛି। କମ୍ ସମୟ ମଧ୍ୟରେ ଆମ ସ୍ବଚ୍ଛ ଶାସନ, ସମ୍ମିଳିତ ଉଦ୍ୟମ ଏବଂ ବୈଷୟିକ ଜ୍ଞାନକୌଶଳର ସଫଳ ପ୍ରୟୋଗ ବିରାଟ ରୂପାନ୍ତରଣ ଆଣିଛି।

ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଦିଗରେ ବିଶ୍ବର ଅତ୍ୟାଧୁନିକ ଦକ୍ଷତା ତାଲିମ ସୁନିଶ୍ଚିତ କରି ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବର୍ତମାନ ଏକ ବ୍ରାଣ୍ଡରେ ପରିଣତ ହୋଇଛି। ‘ସ୍ବୟମ୍’ ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ଆଗକୁ ବଢ଼ିବାକୁ ବାଟ ଦେଖାଉଛି। ମାତ୍ର ୧୫ ମାସରେ ରାଉରକେଲାରେ ବିଶ୍ୱର ସର୍ବବୃହତ ‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍’ ପ୍ରତିଷ୍ଠା କରି ଆମେ ବିରଳ କୀର୍ତ୍ତିମାନ ସୃଷ୍ଟି କରିଛୁ। ଏହା ଓଡ଼ିଶାକୁ ଦେଶର ସ୍ପୋର୍ଟ୍ କ୍ୟାପିଟାଲ ଭାବେ ପରିଚୟ ଦେଇଛି।

‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ପ୍ରତିଟି ଓଡ଼ିଆଙ୍କ ସ୍ବାସ୍ଥ୍ୟର ସୁରକ୍ଷା କବଚ ସାଜିଛି। ‘ମିଶନ ଶକ୍ତି’ ମା’ମାନଙ୍କୁ ସଶକ୍ତ କରିଥିବାବେଳେ ‘ଆମ ବ୍ୟାଙ୍କ’, ‘ଲକ୍ଷ୍ମୀ’ ଓ ‘ଲାଭ’ ପରି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତିକୁ ଗତି ଦେଇଛି। ‘ସ୍କୁଲ ରୂପାନ୍ତରଣ’ ଶିକ୍ଷାରେ ସମୃଦ୍ଧି ଆଣି ଆମ ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରୁଛି। ଆମ ଚାଷୀ ଭାଇଙ୍କ କଲ୍ୟାଣରେ ‘କାଳିଆ’ ଆଶା ଓ ଭରସା ସାଜିଥିବାବେଳେ ବଲାଙ୍ଗିରର ‘ଲୋୟର ସୁକତେଲ ପ୍ରକଳ୍ପ’ ଓ ‘ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ’ ସେମାନଙ୍କୁ ନୂଆ ଆଶା ଦେଖାଇଛି।ଆମ ଭାଷା, କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରସାର ସହ ଓଡ଼ିଶା ଏବେ ଶିଳ୍ପ ସମୃଦ୍ଧ ହୋଇ ଉଠୁଛି।

ଆମ ରାଜ୍ୟ ଏବେ ଉଜ୍ଜଳମୟ ଭବିଷ୍ୟତ ଦିଗରେ ଆଗକୁ ବଢୁଛି। ୨୦୩୬ରେ ଆମେ ଆମ ପ୍ରିୟ ଓଡ଼ିଶା ରାଜ୍ୟ ଗଠନର ଏକଶହ ବର୍ଷ ପୂର୍ତି ପାଳନ କରିବାକୁ ଯାଉଛନ୍ତି । ଏହି ସମୟ ସୁଦ୍ଧା ଓଡ଼ିଶାକୁ ସବୁ କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟ କରିବା ପାଇଁ ଆମେ ଦୃଢ଼ ସଙ୍କଳ୍ପର ସହ ଆଗକୁ ବଢ଼ୁଛୁ ।

ଆଜିର ସମୟ ଏବଂ ଆଗାମୀ ଦଶନ୍ଧି ଯୁବ ସମାଜ ପାଇଁ ଉଦ୍ଦିଷ୍ଟ ତଥା ସେମାନଙ୍କ ଦଶନ୍ଧି ହେବାକୁଯାଉଛି। ବିକାଶର ଡୋରି ଯୁବ ସମାଜ ହାତରେ । ଆମ ଯୁବଗୋଷ୍ଠୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ବ୍ୟାପକ ନିଯୁକ୍ତି ସୁନିଶ୍ଚିତ କରିବା ହେଉଛି ଆମର ସର୍ବାଧିକ ପ୍ରାଥମିକତା। ରାଜ୍ୟର ଯୁବମାନେ ଗଢ଼ିବେ ‘ନୂଆ ଓଡ଼ିଶା’। ଏହା ହେବ ଏପରି ଓଡ଼ିଶା ଯେଉଁଠି ଲୋକଙ୍କ ସମୃଦ୍ଧି ହେବ ସୁନିଶ୍ଚିତ ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ି ଓଡ଼ିଶା ସାଜିବ ସମସ୍ତଙ୍କ ମାର୍ଗଦର୍ଶକ।”


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ।  ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ...

Pakistan: ଭାରତ ପାଇଁ ୨୩ବର୍ଷ ଗୁପ୍ତଚର କରିଥିଲେ ପାକିସ୍ତାନର ଏହି ଟପ୍‌ କମାଣ୍ଡର, ଶେଷ ବେଳକୁ…

ନୂଆଦିଲ୍ଲୀ,୨୭।୪: ଯବାନମାନେ ନିଜକୁ ଆଉ ନିଜ ପରିବାରକୁ ଭୁଲି ଦେଶ ପାଇଁ ଜୀବନ ଦିଅନ୍ତି। କିନ୍ତୁ ଏପରି କିଛିଜଣ ଯବାନ ଅଛନ୍ତି ଯେଉଁମାନେ ଶତ୍ରୁଦେଶରେ ଧରାପଡ଼ିବା...

ଡେଡଲାଇନ୍‌ ଶେଷ, ଏବେ ପାକିସ୍ତାନ ଉପରେ ହେବ ଡାଇରେକ୍ଟ ଆଟାକ୍‌!

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ କିଛି...

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ CAITର ବଡ଼ ନିଷ୍ପତ୍ତି: ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ, ଇ-କମର୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (CAIT) ପାକିସ୍ତାନ ସହ ସମସ୍ତ ବାଣିଜ୍ୟ...

ଓଡ଼ିଶା ଛାଡିବେ ପାକିସ୍ତାନୀ ନାଗରିକ: ଯେଉଁମାନେ ଛାଡିବେନି ଭାରତ, ସେମାନଙ୍କ ସହ କ’ଣ କରିବେ ଭାରତ ସରକାର?

ନୂଆଦିଲ୍ଲୀ,୨୭।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ହୋଇଥିବା ବିଭତ୍ସ ହତ୍ୟାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି। କାରଣ ହତ୍ୟା ସାଧାରଣ ନାଗରିକ ଯେଉଁମାନେ ପର୍ଯ୍ୟଟକଭାବେ...

ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ପଡ଼ିପାରେ କୁଆପଥର

ଭୁବନେଶ୍ୱର,୨୭ା୪: ରାଜ୍ୟର ବଦଳିବ ପାଗ। ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଜାରି କରିଛି...

ଜଳପ୍ରପାତରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନଗିରି ନିକଟ ପାଟହରା ଜଳପ୍ରପାତରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସଠିକ୍‌ କାରଣ...

OCS ମେନ୍‌ ପରୀକ୍ଷାରେ ତ୍ରୁଟି: ଆଜି ଗୋଟିଏ ଦିନରେ ସାମ୍ନାକୁ ଆସିଲା ୨ଟି ବଡ଼ ଭୁଲ୍‌

ଭୁବନେଶ୍ୱର,୨୭ା୪: ରବିବାର ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି। OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି ହୋଇଛି। ନୋଟିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image