ୟୁକ୍ରେନ୍‌ରୁ ଫେରୁଥିବା ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ୟୁକ୍ରେନରୁ ୭୭ ଜଣ ଓଡ଼ିଆ ଛାତ୍ରୀଛାତ୍ର ସୋମବାର ଏୟାର ଏସିଆର ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଓଡ଼ିଶା ଆସୁଛନ୍ତି । ସେମାନେ କିଛି ସମୟ ପରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ପିଲାଙ୍କୁ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରକୁ ଯିବେ ।
ସୂଚନାଯୋଗ୍ୟ, ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ । ୟୁକ୍ରେନ୍‌ରୁ ଅଧାରୁ ପାଠ ଛାଡ଼ି ଆସିଥିବା ଛାତ୍ରୀଛାତ୍ରଙ୍କୁ ସହାୟତା ଦେବା ପାଇଁ ନିବେଦନ କରିଥିଲେ।

Share