ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ନବୀନଙ୍କ ଦାବି: କେନ୍ଦ୍ରକୁ ଲେଖିଲେ ଚିଠି

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। କରୋନା ଯୋଗୁ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ଛାତ୍ରୀଛାତ୍ରଙ୍କ ପାଇଁ ନିରାପଦ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି।
ଆହୁରି ମଧ୍ୟ ସେ ଲେଖିଛନ୍ତି, ବିଭିନ୍ନ ସ୍ଥାନରେ ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ ଯାରି ରହିଥିବା ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେବ। ଓଡ଼ିଶାର ଆଦିବାସୀ ଅଞ୍ଚଳର ପିଲାଙ୍କ ଲାଗି ପରୀକ୍ଷା ଦେବାରେ ବି ସମସ୍ୟା ହେବ। ଦୁର୍ଗମ ଅଞ୍ଚଳରୁ ଯାଇ ଦୂରରେ ପରୀକ୍ଷା ଦେବାରେ ସେମାନଙ୍କ ପାଇଁ ଅସୁବିଧା ହେବ।
ଏଥିସହ ଓଡ଼ିଶାର ସମସ୍ତ ୩୦ଟି ଜିଲାରେ ପରୀକ୍ଷା କେନ୍ଦ୍ର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ୩୦ଟି ଜିଲାରେ ପରୀକ୍ଷା କେନ୍ଦ୍ର ହେଲେ ପିଲାମାନେ ୨/୩ ଘଣ୍ଟାରେ ଯାଇ ଫେରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share