Advertisement

Video: ଆଶୀର୍ବାଦ କଲେ ନବୀନ, ଭୁବନେଶ୍ୱରରୁ ମିଳିଲା ଟିକେଟ୍

ଭୁବନେଶ୍ୱର,୨୭।୩: ବୁଧବାର ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ସହଯୋଗୀ ମାନଙ୍କୁ ଧରି ଶଙ୍ଖ ଭବନରେ ଯୋଗ ଦେବା ପରେ ନବୀନ ନିବାସ ଆସି ସେ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିଛନ୍ତି। ନବୀନ ସମସ୍ତ କର୍ମକର୍ତ୍ତାଙ୍କୁ ଦଳକୁ ସ୍ୱାଗତ କରିଥିବା ବେଳେ ମନ୍ମଥଙ୍କ ଉପରେ ତାଙ୍କର ଆଶୀର୍ବାଦ ଥିବା କହିଛନ୍ତି।

ବିଜେଡି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଏବଂ ଲୋକ ସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ମନ୍ମଥଙ୍କୁ ପ୍ରାଥୀ କରାଯାଇଛି। ବିଜେଡିରେ ଯୋଗ ଦେବା ପରେ ମନ୍ମଥ କର୍ମୀ ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ସେ ବାପାଙ୍କ ଆଶୀର୍ବାଦ ନେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଲୋକଙ୍କ ସେବା, କାର୍ଯ୍ୟ କରିବାକୁ ବିଜେଡିରେ ଯୋଗ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share