Categories: ଜାତୀୟ

ଚାଷୀଙ୍କୁ ମିଳିବ ବୋନସ: ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୮: ହରିଆଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିର୍ବାଚନ କେବେ ହେବ ସେନେଇ ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ। ଏହାର ମାତ୍ର ୬ ଘଣ୍ଟା ପୂର୍ବରୁ ହରିୟାଣା ସିଏମ ନାୟବ ସିଂ ସଇନି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏଥିରୁ ରାଜ୍ୟର ୫ ଲକ୍ଷ୨୦ ହଜାର କୃଷକ ଉପକୃତ ହେବେ। ଚଣ୍ଡିଗଡ଼ରେ ଖରିଫ ୨୦୨୪ ଫସଲ ପାଇଁ ସିଏମ ନାୟବ ସଇନି ଚାଷୀଙ୍କୁ ବୋନସ ରାଶି ପ୍ରଦାନ କରିଛନ୍ତି।

ସୂଚନାନୁସାରେ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀ କରିଥିଲେ ଏବଂ ଏହି ସମୟରେ ଖରିଫ -୨୦୨୪ ଫସଲ ପାଇଁ ବୋନସ ରାଶି ଜାରି କରିଛନ୍ତି। ପ୍ରତି ଏକର ଭିତ୍ତିରେ ଚାଷୀଙ୍କୁ ବୋନସ ଦିଆଯାଇଛି ବୋଲି ସିଏମ କହିଛନ୍ତି। ମେ, ଜୁନ ଏବଂ ଜୁଲାଇରେ କମ ବର୍ଷା ହେତୁ ଫସଲ ନଷ୍ଟ ହୋଇଯାଇଛି ଏବଂ ଏହି କାରଣରୁ ସରକାର ବର୍ତ୍ତମାନ ଚାଷୀଙ୍କୁ ବୋନସ ରାଶି ପ୍ରଦାନ କରୁଛନ୍ତି।

Share