Categories: ଜାତୀୟ

ଅଗଷ୍ଟରେ ହେବନି ‘ଇଣ୍ଡିଆ’ର ବୈଠକ

ନୂଆଦିଲ୍ଲୀ,୨୫।୮: ୩୦-୩୧ ଅଗଷ୍ଟରେ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ବର୍ତ୍ତମାନ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଶୁକ୍ରବାର ସୂଚନା ଦେଇଛନ୍ତି। ଭାଜପା ସରକାରଙ୍କ ବିରୋଧରେ ଜୁନ ୨୩ରେ ପ୍ରଥମ ଥର ପାଇଁ ସାରା ଦେଶରେ ଭାଜପା ବିରୋଧୀ ଦଳର ଏକ ବୈଠକ ଆୟୋଜନ କରିଥିବା ନୀତୀଶ କୁମାର କହିଛନ୍ତି ଯେ, ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଅଧିକାଂଶ ଲୋକ ଅଗଷ୍ଟ ୩୧ରେ ମୁମ୍ବାଇରେ ପହଞ୍ଚିବେ ଏବଂ ପରଦିନ ବୈଠକରେ ଯୋଗଦେବେ। ସେ କହିଛନ୍ତି ଯେ ସମସ୍ତ ପ୍ରଶ୍ନର ଉତ୍ତର ସମସ୍ତ ଲୋକଙ୍କ ମତାମତ ନେବା ପରେ ଦିଆଯିବ।

 

Share