Categories: ଜାତୀୟ

୭୧ ବର୍ଷରେ ନୀତିଶ: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କଲେ କାର୍ଯ୍ୟକର୍ତ୍ତା

ପାଟନା,୧।୩:: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନ୍ମଦିନ। ସେ ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି। ଜେଡିୟୁ କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରୁଛନ୍ତି। ଜେଡିୟୁ କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାରେ ବ୍ୟସ୍ତ ଥିବା ଦେଖାଯାଇଥିଲା। ପାଟନା ରାସ୍ତାରେ ମଦ ନିଷେଧକୁ ସଫଳ କରିବା ପାଇଁ ସେ ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ମଦ ଛାଡି କ୍ଷୀର ପିଇବାକୁ ସେମାନେ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ॥ ଏହି ସମୟରେ ଲୋକଙ୍କୁ କ୍ଷୀର ମଧ୍ୟ ବଣ୍ଟାଯାଉଥିଲା। ଗରିବ ଲୋକଙ୍କ ମଧ୍ୟରେ କ୍ଷୀର ବଣ୍ଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦୀର୍ଘ ଜୀବନ କାମନା କରିଥିଲେ। ଏହା ସହିତ ପୂଜାପାଠ ମଧ୍ୟ କରାଯାଇଥିଲା।

Share