Categories: ଜାତୀୟ

ନୀତୀଶ ସରକାର କରିବେ ଜାତିଗତ ଜନଗଣନା, ସର୍ବ ଦଳୀୟ ବୈଠକ ପରେ ନିଆଯିବ ନିଷ୍ପତ୍ତି

ପାଟନା,୭ ।୧୨: ବିହାରରେ କିଛି ଦିନ ହେବ ଜାତିଗତ ଜନଗଣନାକୁ ନେଇ ରାଜନୀତି ଚାଲିଥିବା ବେଳେ ଏବେ ଏକ ପ୍ରକାର ସ୍ଥିର ହୋଇଯାଇଛି କି ରାଜ୍ୟରେ ଜାତିଗତ ଜନଗଣନା କରାଯିବ । ତେବେ ସର୍ବଦଳୀୟ ବୈଠକ ପରେ ଏହାର ନିଷ୍ପତ୍ତି ନିଆଯିବ । ସୋମବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନତା ଦରବାର ପରେ ଖବରଦାତାଙ୍କ ସହ କଥା ହେବା ବେଳେ ଏହା ସଙ୍କେତ ଦେଇଛନ୍ତି କି ସରକାର ଜାତିଗତ ଜନଗଣନା ପାଇଁ କାମ ଆରମ୍ଭ କରି ସାରିଛନ୍ତି । ନୀତୀଶ କହିଛନ୍ତି ବିହାରରେ ଜାତିଗତ ଜନଗଣନା ପାଇଁ ଖୁବଶୀଘ୍ର ଏକ ସର୍ବଦଳୀୟ ବୈଠକ ଡକାଯିବ । ଏହାପରେ ରାଜ୍ୟରେ ଜାତିଗତ ଜନଗଣନା ଆରମ୍ଭ କରାଯିବ । ଏନେଇ ଶେଷ ନିଷ୍ପତ୍ତି ସର୍ବଦଳୀୟ ବୈଠକ ପରେ ସରକାର ନେବେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏଥିପାଇଁ କାମ ଆରମ୍ଭ ହୋଇଥିବା ସେ ସୂଚନା ଦେଇଥିବା ବେଳେ ଏନେଇ ଅନ୍ୟ ଦଳଙ୍କ ସହ କଥା ହେବେ ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି ।

Share