Categories: ଜାତୀୟ

ଜାତିଗତ ଜନଗଣନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ଦଳର ୧୧ ନେତା ଚର୍ଚ୍ଚାରେ ନୀତୀଶ

ନୂଆଦିଲ୍ଲୀ,୨୩ ।୮: ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ଦଳର ୧୧ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ସାଉଥ୍ ବ୍ଲକରେ ଥିବା ମୋଦିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି, ବିଆଇପିର ମୁକେଶ ସାହାଣି । ସବୁଠାରୁ ବଡ କଥା ହେଲା ଏମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଜନକ ରାମ । ଏମାନେ ବିହାର ଭବନରୁ ବାହାରି ସାଉଥ୍ ବ୍ଲକରେ ଥିବା ମୋଦିଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ।

Share