ପାଟନା,୧ ।୪: ଶୁଣିବାକୁ ମିଳିଥିଲା କି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବାକୁ ମନ ବଳାଇଛନ୍ତି । ହେଲେ ବୁଧବାର ଜଣାପଡିଛି ଯେ ସେ ଏଥିରେ ରାଜି ନୁହେଁ, ଯାହା ବିହାର ରାଜନୀତିକୁ କରିଛି ସରଗରମ । ଅନୁମାନ କରାଯାଉଛି କି ବିହାର ରାଜନୀତିରେ ନୀତୀଶଙ୍କ ମନ ଭରି ଯାଇଥିବାରୁ ସେ କୁଆଡେ ଆଉ ରାଜ୍ୟ ସଭା ଯିବାକୁ ଚାହୁଁ ନାହାନ୍ତି । ତେବେ ରାଜ୍ୟରେ କ୍ଷମତା ପରିବର୍ତ୍ତନକୁ ନେଇ ଜେଡିୟୁ ଓ ଭାଜପା ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନ ଥିବା ଜଣାପଡିଛି ।
ତେବେ ନୀତୀଶ ଏହା ସିଧାସଳଖ କହିନାହନ୍ତି ବରଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସେ ଏହା ଆଲୋଚନା କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) କହିଛି । ଯଦି ନୀତୀଶ ଏହା ପ୍ରକାଶ କରନ୍ତି ତେବେ ରାଜନୀତିରେ ପରିବର୍ତ୍ତନ ଆଣିବା ପାଇଁ ଏକ ସମ୍ଭାବ୍ୟ ସୂତ୍ର ଉପରେ ଆଲୋଚନା କରାଯାଇପାରେ ।
ଶୁଣିବାକୁ ମିଳିଛି କି ନୀତୀଶ ଉପରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି । ଯଦି ସେ ଉପରାଷ୍ଟ୍ରପତି ହେବେ ତେବେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯିବେ । ଏପଟେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ପାଖରେ ଏମିତି କେହି ନେତା ନାହାନ୍ତି ଯିଏ ଦଳକୁ ସମ୍ଭାଳିବ । ଫଳରେ ଜେଡିୟୁରେ ଏଣେତେଣେ ଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇପାରେ ।