Categories: ଜାତୀୟ

‘ମୁଁ ଯେଉଁ ଅଭିଯାନରେ ଲାଗିଛି ତାହା କର୍ନାଟକ ନିର୍ବାଚନରୁ ଶୁଭାରମ୍ଭ ହୋଇଛି’: ନୀତୀଶ କୁମାର

ପାଟନା,୧୯।୫: କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରି ସାରିଛି କଂଗ୍ରେସ। ଶନିବାର ଅର୍ଥାତ୍‌ ମେ’ ୨୦ରେ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗଦେବେ ବୋଲି ଜଣାପଡିଛି। ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କର୍ନାଟକର ମୁଖ୍ୟମନ୍ତ୍ରୀ ଏବଂ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳର ଏକତା ଦ୍ୱାରା ଶକ୍ତି ପ୍ରଦର୍ଶନ ହେବ ବୋଲି କୁହାଯାଉଛି।
ଶୁକ୍ରବାର ଦରଭଙ୍ଗା ଠାରେ ଗଣମାଧ୍ୟମ ସହ କଥାହୋଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ କର୍ନାଟକ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ବିଷୟରେ ପ୍ରଶ୍ନ ପଚରାଯିବା ପରେ ସେ ଏହି ଅଭିଯାନ ଆରମ୍ଭ କରିଥିବା କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଏକତାକୁ ନେଇ ଏହା ନୀତୀଶଙ୍କର ସୂଚନା ଥିଲା। ସେ କହିଛନ୍ତି, ମୁଁ ଯେଉଁ ଅଭିଯାନ ଆରମ୍ଭ କରିଛି କର୍ନାଟକରୁ ଏହାର ଶୁଭାରମ୍ଭ ହୋଇଛି।

Share