Categories: ଜାତୀୟ

‘ଶେଷଥର ପାଇଁ ଲାଲକିଲାରେ ତ୍ରିରଙ୍ଗା ଉଡାଇବେ ମୋଦି’, ଜେଡିୟୁର ଦାବି

ପାଟନା,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୭ ତମ ସ୍ବାଧିନତା ଦିବସ ଅମସରରେ ରାଜଧାନୀ ଦିଲ୍ଲୀର ଲାଲକିଲାରେ ପତାକା ଉତ୍ତୋଳନ କରିବେ। ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ କେବଳ ଟାର୍ଗେଟ କରିନାହିଁ ବରଂ ଏକ ବଡ ଦାବି କରିଛି।ସୋମବାର ସକାଳେ ନୀତୀଶଙ୍କ ପାର୍ଟି ଜେଡିୟୁର ଟୁଇଟର ହ୍ୟାଣ୍ଡେଲରୁ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓ ମାଧ୍ୟମରେ ଭାଜପାକୁ ଟାର୍ଗେଟ କରାଯାଇଛି।
ସୋମବାର ସକାଳେ ଟୁଇଟ କରାଯାଇଥିବା ଏକ ଭିଡିଓ ମାଧ୍ୟମରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୨୪ ଘଣ୍ଟା ପରେ ରେଡ ଫୋର୍ଟରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହାକୁ ହାସ୍ୟାସ୍ପଦ ଭାବରେ କୁହାଯାଇଛି ଯେ ଗତ ୯ବର୍ଷ ଧରି ଦେଶ ଆପଣଙ୍କ ‘ମନ କି ବାତ’କୁ ଶହ ଶହ ଘଣ୍ଟା ଧରି ଶୁଣୁଛି। ଜନସାଧାରଣଙ୍କ ସହ ଜଡିତ ପ୍ରସଙ୍ଗରେ ଆପଣ ସର୍ବଦା ନୀରବ ରୁହନ୍ତି, କିନ୍ତୁ ଆଶା କରାଯାଏ ଯେ ଏଥର ଆପଣ ଲାଲକିଲାରୁ ସାଧାରଣ ଜନତାଙ୍କ ଆଗ୍ରହ ବିଷୟରେ କହିବେ। ଆପଣ ମଣିପୁରରେ ସତ୍ୟ କହିବେ ବୋଲି ଦେଶର ଲୋକମାନେ ଆଶା କରୁଛନ୍ତି।

Share