Categories: ଜାତୀୟ

ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ନାହିଁ ନୀତୀଶ

ପାଟନା,୨୫ ।୭: ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦ ପାଇଁ ଦ୍ରୌପଦୀ ମୁର୍ମୁ ସୋମବାର ଅର୍ଥାତ୍ ଜୁଲାଇ ୨୫ରେ ଶପଥ ନେବାକୁ ଯାଉଛନ୍ତି । ଶପଥ ଗ୍ରହଣ ସମାରୋହ ସକାଳ ପ୍ରାୟ ୧୦ଟା ୧୫ରେ ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକ ସଭା ଅଧ୍ୟକ୍ଷ ଓମ ବିର୍ଲା, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସଂସଦ ସଦସ୍ୟ, ସରକାରଙ୍କ ପ୍ରମୁଖ ଅଧିକାରୀ ବି ସମାରୋହରେ ସାମିଲ ହେବେ । ହେଲେ ବିହାର ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି ।

ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାରଙ୍କର ଦିଲ୍ଲୀ ଯିବାର କୌଣସି ଯୋଜନା ନାହିଁ । ସୋମବାର ସେ ନିଜ ବାସଭବନରେ ଏକ ଛୋଟିଆ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ନୀତୀଶ କୁମାର ବି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନାରେ ଯୋଗ ଦେଇ ନ ଥିଲେ ।

Share