Categories: ଜାତୀୟ

ମଧ୍ୟପ୍ରଦେଶ, ଛତିଶଗଡରେ ଆଜି ଶପଥ ନେବେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୧୩।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି। ଏହି ତିନୋଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଛତିଶଗଡରନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ଶପଥ ଗ୍ରହଣ କରିବେ।

ମଧ୍ୟପ୍ରଦେଶରେ ରାଜେନ୍ଦ୍ର ଶୁକ୍ଲା ଏବଂ ଜଗଦୀଶ ଦେଓରା ଉପମୁଖ୍ୟମନ୍ତ୍ରୀ ହେବେ। ତେବେ ବର୍ତ୍ତମାନ ଉଭୟ ନେତା ଯାଦବଙ୍କ ସହ ଶପଥ ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ୨ ରାଜ୍ୟର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନେକ ନେତା ଯୋଗଦେବେ।

Share