Categories: ଜାତୀୟ

ବଳତ୍କାର ମାମଲାରେ ବୁଲ୍‌ ଡୋଜର ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟା,୦୩।୦୮: ଅଯୋଧ୍ୟାରେ ହୋଇଥିବା ଏକ ବଳତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ବଡ଼ ଆକ୍ସନ ନେଇଛନ୍ତି । ପ୍ରଥମେ ପୋଲିସ ଇନ୍‌ଚାର୍ଜ ଏବଂ ଥାନା ଅଧିକାରୀଙ୍କୁ ନିଲମ଼୍ବିତ କରିବା ପରେ ଏହି ମାମଲର ମୁଖ୍ୟ ଅଭିଯୁକ୍ତ ମୋଇଦ୍‌ ଖାନ୍‌ଙ୍କ ଘରେ ବୁଲ୍‌ ଡୋଜର ଆକ୍ସନ ହେବାକୁ ଯାଉଛି । ଅଯୋଧ୍ୟା ଗଣ ବଳତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସାପା ନେତା ମୋଇଦ ଖାନ୍‌ଙ୍କ ବେକେରୀ ଦୋକାନରେ ମଧ୍ୟ ଖାଦ୍ୟ ସୁରକ୍ଷା ଉପାୟୁକ୍ତ ରେଡ୍‌ କରିଛନ୍ତି। ବେକେରୀରେ ପ୍ରସ୍ତୁତ ସାମଗ୍ରୀର ଯାଞ୍ଚ କରାଯାଉଛି । ପୀଡ଼ିତାଙ୍କ ମାଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ କରିଥିଲେ। ଏହାପରେ ଅଯୋଧ୍ୟାରେ ଆକ୍ସନ ଆରମ୍ଭ ହୋଇଛି ।

ସୂଚନା ଥାଉକି, ଅଯୋଧ୍ୟା ଭଦରସା ଅଞ୍ଚଳରେ ଘଟିଥିବା ଗଣ ବଳତ୍କାରର ଶୀକାର ହୋଇଥିବା ପୀଡ଼ିତାଙ୍କ ଏତଲା ରଖିବାରେ ପୋଲିସ ବିଳମ଼୍ବ କରିବା ଏବଂ ତୁରନ୍ତ ଆକ୍ସନ ନନେବାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଆକ୍ସନ ମୋଡ୍‌କୁ ଆସିଥିଲେ ଏବଂ ପୋଲିସ୍‌ ଅଧିକାରୀଙ୍କୁ ନିଲମ଼୍ବିତ କରିଥିଲେ । ଏଥି ସହିତ ସେ କହିଥିଲେ ଯେ ଅପରଧୀ ଯେଉଁ ଦଳର ହୋଇଥାନ୍ତୁ ନା କାହିଁକି, ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Share