ଥିରୁଭାନନ୍ତପୁରମ,୧୪।୮: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେ ନାହିଁ ବୋଲି ଜଣାପଡିଛି। ତାଙ୍କ ସ୍ଥାନରେ ମନ୍ତ୍ରୀ କଡାକମପାଲ୍ଲୀ ସୁରେନ୍ଦ୍ରନ ଥିରୁଭାନନ୍ତପୁରମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବେ। ବିଜୟନ କେରଳର କୋଝିକୋଡେ ବିମାନ ଦୁର୍ଘଟଣା ସ୍ଥଳକୁ ଯାଇଥିବାରୁ ନିଜକୁ କ୍ୱାରାଣ୍ଟାଇନରେ ରଖିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ କେରଳର କୋଝିକୋଡେ ବିମାନ ବନ୍ଦରରେ ହୋଇଥିବା ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୨୨ ଅଧିକାରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଶୁକ୍ରବାର ଜଣାପଡିଛି। ଆଉ ଏହା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ବିଜୟନ ନିଜକୁ କ୍ୱାରାଣ୍ଟାଇନ କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହେଁ ସେଠାକୁ ଯାଇଥିବା ସମସ୍ତ ବ୍ୟକ୍ତି ନିଜନିଜକୁ ସେଲ୍ଫ କ୍ୱାରାଣ୍ଟାଇନରେ ରଖିଛନ୍ତି।