ନୂଆଦିଲ୍ଲୀ,୧।୫: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଉତ୍ତରାଖଣ୍ଡରବିକାଶରେ ତାଙ୍କ ମାର୍ଗଦର୍ଶନ ତଥା ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କେଦାରନାଥ ଏବଂ ବଦ୍ରିନାଥ ଧାମ, ଗଙ୍ଗା ତୁଲସୀ, ଗଙ୍ଗୋଟ୍ରି ଯମୁନୋତ୍ରୀ, ଆଳାକାନନ୍ଦ ଏବଂ ମାନ୍ଦାକିନିର ଗଙ୍ଗାଜଳ ସହିତ ରୁଦ୍ରାକ୍ଷ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।
ଦେଢ ଼ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ବୈଠକରେ ପୁଷ୍କର ସିଂ ଧାମି ରାଜ୍ୟର ବିକାଶ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଲୋଡିଛନ୍ତି। ଏଥିସହ ଚାରିଧାମ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରେକର୍ଡ ସଂଖ୍ୟକ ଭକ୍ତ ପରିଦର୍ଶନ କରିବାକୁ ଆସୁଛନ୍ତି। ଜୋଶିମଠରେ କେନ୍ଦ୍ର ସରକାରଙ୍କ ସହାୟତାରେ ରିଲିଫ କାର୍ଯ୍ୟ କରାଯାଉଛି। ସେଠାରେ ପରିସ୍ଥିତି ସ୍ବାଭାବିକ। ଜୋଶିମଠ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସମସ୍ତ ସମ୍ଭାବ୍ୟ ସହଯୋଗକୁ ନିଶ୍ଚିତ କରିଛନ୍ତି। ଅକ୍ଟୋବର କିମ୍ବା ନଭେମ୍ବର ୨୦୨୩ରେ ରାଜ୍ୟରେ ପ୍ରସ୍ତାବିତ ନିବେଶକ ସମ୍ମିଳନୀର ଉଦ୍ଘାଟନ ପାଇଁ ସମୟ ଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।