Posted inଜାତୀୟ

ମହାରାଷ୍ଟ୍ର ରାଜନୀତିରେ ପୁଣି ଅଶାନ୍ତି, ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଇସ୍ତଫା ଦେବା ନେଇ ଚର୍ଚ୍ଚା

ମୁମ୍ବାଇ,୧୦।୬: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ହେବ ଉତ୍ତେଜନା ଦେଖାଦେଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଏବଂ ଭାଜପା ମଧ୍ୟରେ ମତଭେଦ ଦେଖାଦେଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ତଥା ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି।

ଶ୍ରୀକାନ୍ତ ଶିନ୍ଦେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ଡୋମ୍ବିବଲିର କିଛି ନେତା ସ୍ବାର୍ଥପର ରାଜନୀତି ପାଇଁ ଭାଜପା-ଶିନ୍ଦେ ଦଳ (ଗଠବନ୍ଧନ) ପାଇଁ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ମୋର ପଦ ପାଇଁ କୌଣସି ଇଚ୍ଛା ନାହିଁ। ଭାଜପା-ଶିବସେନାର ବରିଷ୍ଠ ନେତୃତ୍ୱ ଯେଉଁ ପ୍ରାର୍ଥୀ ନିଷ୍ପତ୍ତି ନେବେ ମୁଁ ସମର୍ଥନ କରିବି।

ଶ୍ରୀକାନ୍ତ କହିଛନ୍ତି, ଆମର ଉଦ୍ଦେଶ୍ୟ ହେଉଛି କେନ୍ଦ୍ରରେ ଭାଜପା ସହ ସରକାର ଗଠନ କରିବା। ଯଦି କେହି ତାଙ୍କୁ ବିରୋଧ କରନ୍ତି, ଯଦି କେହି କ୍ରୋଧିତ ହୁଅନ୍ତି ଏବଂ ଗଠବନ୍ଧନରେ ବିଶୃଙ୍ଖଳା ହୁଏ, ତେବେ ମୁଁ ମୋ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି।

ନିକଟରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଭାଜପା କାର୍ଯ୍ୟକର୍ତ୍ତା ନନ୍ଦୁ ଯୋଶୀଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜିକୃତ ହୋଇଥିଲା। ଏ ସମ୍ପର୍କରେ ନନ୍ଦୁ ଯୋଶୀ ଏବଂ ବହୁ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି ଯେ ଡୋମ୍ବିବଲି ମାନପଡା ପୋଲିସ ଷ୍ଟେଶନରେ ଏଫ୍‌ଆଇଆର ପଞ୍ଜୀକରଣ ପଛରେ ଶିବସେନା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ରେ ବିଜେଡି ସଭାପତି  ନିର୍ବାଚନ: ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୨।୪: ଆସନ୍ତା ୧୯ରେ ବିଜେଡି ସଭାପତି  ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି।...

ପୁଣି UPI ଡାଉନ୍‌, ଥରେ ପେମେଣ୍ଟ କଲେ ଦୁଇଥର କଟିଯାଉଛି ଟଙ୍କା!

ନୂଆଦିଲ୍ଲୀ,୧୨।୪: ପୁଣି ୟୁପିଆଇ ଡାଉନ୍‌। ଶନିବାର ସାରା ଦେଶରେ ବ୍ୟବହାରକାରୀ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର...

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

ସାରାଦେଶରେ ପୁଣି UPI DOWN, ପେମେଣ୍ଟବେଳେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୧୨।୪: ଆଜି, ସାରା ଦେଶରେ ଲୋକମାନେ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image