ମୁମ୍ବାଇ,୧।୧: ୨୨ ଜାନୁୟାରୀ ୨୦୨୪ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବଡ ଘୋଷଣା କରି କହିଛନ୍ତି, ଭଗବାନ ରାମଙ୍କ ପବିତ୍ର ଦିବସରେ ମୁମ୍ବାଇରେ ଦୀପାବଳି ପାଳନ କରାଯିବ। ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମୁମ୍ବାଇର ସମସ୍ତ ମନ୍ଦିର ଏବଂ ପ୍ରମୁଖ ଅଟ୍ଟାଳିକାକୁ ଆଲୋକୀକରଣ କରିବାକୁ ବିଏମସି କମିସନରଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ଗସ୍ତ କରିଥିଲେ। ଏହା ବ୍ୟତୀତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୬ ହଜାରରୁ ଅଧିକ ଲୋକ ଉଦ୍ଘାଟନୀ ସମାରୋହରେ ଯୋଗଦେବେ ବୋଲି ଆଶା କରାଯାଉଛି।